BREAKING

ବକ୍ସର ଡିଙ୍ଗକୋ ସିଂହଙ୍କ ପରଲୋକ

ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି


ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି । ମଣିପୁରର ବକ୍ସର ଡିଙ୍ଗକୋଙ୍କୁ ମୃତ୍ୟୁବେଳକୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ୧୯୯୮ରେ ବ୍ୟାଙ୍କକ ଏସିଆନ୍ ଗେମସରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ । ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଡିଙ୍ଗକୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଡିଙ୍ଗକୋଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀ କିରେନ୍ ରିଜିଜୁଙ୍କ ସମେତ ବହୁ କ୍ରୀଡ଼ାବିତ ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କ୍ୟାନସର ସହ ଗତବର୍ଷ କରୋନାରେ ବି ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ । କରୋନାକୁ ବି ସେ ହରାଇଥିଲେ । କିନ୍ତୁ କ୍ୟାନସରକୁ ଜିତି ପାରିଲେ ନାହିଁ । ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି ।
TAGS : Sprots

ଆଜି ଐତିହାସିକ ଟେଷ୍ଟ ଫାଇନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ସାଉଥମ୍ପଟନ ୧୮।୦୬: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପର ଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଛନ୍ତି ବିରାଟ କୋହଲି । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳାରେ ଐତିହାସିକ ସଫଳତା ସାଉଣ୍ଟିଥିଲା ଟିମ୍ ଇଣ୍ଡିଆ। ଏବେ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସୁଯୋଗ ଭାରତ ହାତରେ ରହିଛି। ଭା...

Prime Odisha June 18, 2021, 8:36 am     259 Views

ଭାରତ ବନାମ ନ୍ୟୁଜିଲାଣ୍ଡ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌କୁ ମାତ୍ର ଆଉ ତିନି ଦିନ ବାକି ରହିଛି। ଏହି ହାଇଭୋଲଟେଜ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଏହାକୁ ନେଇ ଖେଳାଳି, ପ୍ରଶଂସକ, ବିଶେଷଜ୍ଞ ଓ କ୍ରିକେଟ୍ ଦିଗ୍‌ଜ ସମସ୍ତେ ରୋମାଞ୍ଚିତ ଅଛନ୍ତି। ନ୍ୟୁଜିଲାଣ୍ଡ ଦଳ ପରେ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଦଳ ପ୍ରବନ୍ଧକ ୧୫ ଜଣିଆ ଦଳ ଚୟନ କରିଛନ୍ତି। ଏଥିରେ ଦୁଇ ଓ୍ଵିକେଟ୍ କିପର ଓ ୫ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଦଳରେ ମୟଙ୍କ ଅଗ୍ରଓ୍ଵାଲ ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନାହିଁ। ୧୫ ଜଣିଆ ଦଳରେ ପାଞ୍ଚ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଥିବା ବେଳେ ଓପନିଂ ଭ...

Prime Odisha June 16, 2021, 9:43 am     419 Views

ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ ଭାରତୀୟ ଟିମ୍

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ପାଇଁ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଗଠିତ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବେ । ଆସନ୍ତା ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତୀୟ ଦଳ କ୍ୱାରେଣ୍ଟାଇନରେ ରହିବା ପରେ ଶ୍ରୀଲଙ୍କା ଗସ୍ତରେ ଯିବେ । ତେବେ କ୍ୱାରେଣ୍ଟାଇନ ସମୟ ମଧ୍ୟରେ ସବୁ ଖେଳାଳିଙ୍କର ଆଟି-ପିସିଆର ଟେଷ୍ଟ କରାଯିବ । ଯେଉଁ ମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବ ,ସେମାନଙ୍କୁ ଶ୍ରୀଲଙ୍କା ଗସ୍ତରେ ଯିବାପାଇଁ ଅନୁମତି ମିଳିବ । ସୂଚନା ଯୋଗ୍ୟ ଯେ ଭାରତୀୟ ଦଳ ଶ୍ରୀଲଙ୍କା ବି କ୍ଷରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି ।...

Prime Odisha June 13, 2021, 8:42 am     498 Views

ଫିନଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍

କୋପେନହାଗନ୍: ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡ଼ିଆରେ ତଳେ ପଡ଼ିଯାଇଥିଲେ । ତେବେ ଏରିକସନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ପାଇଁ ଏହି ଫୁଟବଲ ମ୍ୟାଚକୁ ଦୁଇ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା । ବିରତି ପରେ ମ୍ୟାଚ ପୁଣି ଖେଳାଯିବା ସହ ସେଥିରେ ଫିନଲାଣ୍ଡ ୧-୦ରେ ବିଜୟଲାଭ କରିଥିଲା । କୋପେନହାଗନର ତେଲିଆ ପାର୍କେନ ଷ୍ଟାଡିୟମରେ ଏହି ଫୁଟବଲ ମ୍ୟାଚ ଖେଳାଯାଇଥିଲା । ମ୍ୟାଚର ୪୨ତମ ସେକେଣ୍ଡରେ ବିପକ୍ଷ ଦଳର ଏକ ଥ୍ରୋରେ ଜବାବ ଦେବାକୁ ଯାଇ ଏରିକସନ୍ ଆହତ ହୋଇଥିଲେ । ଏହାପରେ ...

Prime Odisha June 13, 2021, 8:32 am     881 Views

ଇତିହାସରେ କ୍ରିକେଟ : ମାତ୍ର ୧୨ ରନରେ ଅଲଆଉଟ ହୋଇଯାଇଥିଲା ଷ୍ଟାର ଖେଳାଳିରେ ଭରପୁର ଥିବା ଏହି ଟିମ, ତଥାପି ବିପକ୍ଷକୁ ଜିତିବାକୁ ଦେଇନଥିଲେ

ନୂଆଦିଲ୍ଲୀ ୧୧/ ୦୬ : କ୍ରିକେଟ ହେଉଛି ଏକ ଅନିଶ୍ଚିତତାର ଖେଳ । ଅନେକ ସମୟରେ ଏହ ପ୍ରମାଣିତ ମଧ୍ୟ ହୋଇଛି । ଏଭଳି କିଛି ରେକର୍ଡ ଆଜି ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି ଯାହାକି କ୍ରିକେଟ ପ୍ରେମୀଙ୍କୁ ବେଶ ଉତ୍ସାହିତ କରିଥାଏ । କିନ୍ତୁ ସେଥିମଧ୍ୟରୁ ଏପରି ଅନେକ ଲଜ୍ଜାଜନକ ରେକର୍ଡ ମଧ୍ୟ ରହିଛି । ୧୧୪ ବର୍ଷ ପୂର୍ବେ ଆଜିର ଦିନରେ କ୍ରିକେଟରେ ସୃଷ୍ଟି ହୋଇଥିଲା ଏକ ଅଲୋଡା ରେକର୍ଡ । ଟିମରେ ଷ୍ଟାର ଖେଳାଳୀ ଥିବା ସତ୍ତ୍ବେ ବି ମାତ୍ର ୧୨ ରନରେ ଅଲଆଉଟ ହୋଇଯାଇଥିଲା ନର୍ଥହାମ୍ପଟନସର ଦଳ। କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ୪ ରନ ଉପରକୁ ସ୍କୋର କରିପାରିନଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ୧୯୦୭ ମସିହା ଜୁନ ୧୧ ତାରିଖରେ ନର...

Prime Odisha June 12, 2021, 6:59 am     301 Views

ବଢିଲା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ନ୍ୟାୟିକ ହେପାଜତରେ ରହିବେ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର । ଛତ୍ରଶାଲ ଷ୍ଟାଡିୟମରେ ଯୁବ କୁସ୍ତିଯୋଦ୍ଧା ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଶୁକ୍ରବାର ଜୁନ 25 ପର୍ଯ୍ୟନ୍ତ ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଛନ୍ତି । ଆଜି ଶେଷ ହେଉଥିଲା ସୁଶୀଲଙ୍କ 9 ଦିନର ନ୍ୟାୟିକ ହେପାଜତ ଅବଧି । ଫଳରେ ତାଙ୍କୁ ଦିଲ୍ଲୀର ରୋହିଣୀ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ଚଳିତ ସପ୍ତାହରେ ଦିଲ୍ଲୀ କୋର୍ଟ ସୁଶୀଲ କୁମାରଙ୍କୁ ଜେଲ୍‌ରେ ସ୍ବତନ୍ତ୍ର ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଏହି ଆବେଦନରେ ସୁଶୀଲଙ୍କୁ ଓମେଗା-3 କ୍ୟାପସୁଲ, ଜଏଣ୍ଟମେଣ୍ଟ କ୍ୟାପସ...

Prime Odisha June 11, 2021, 5:45 am     535 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us