BREAKING

ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅଙ୍କୁ ଭୁଜାଲିରେ ଆକ୍ରମଣ: ଅଭିଯୁକ୍ତ ଗିରଫ


ଔପଦା/ଖଇରା: ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅ ଜଣେ ଯୁବକର ଭୁଜାଲି ଆକ୍ରମଣରେ ଗୁରୁତର ହୋଇଥିବାର ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପରେ ନାବାଳିକାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖଇରା ବ୍ଲକ ଜଳଦା ପଞ୍ଚାୟତରେ ତୁଟ ଗ୍ରାମରେ ନିତ୍ୟାନନ୍ଦ ଜେନାଙ୍କର ନବମ ଶ୍ରେଣୀରେ ଝିଅ ମଧୁସ୍ମିତା ଜେନା ଆଜି ସକାଳେ ଟିଉସନ ଯାଉଥିବା ସମୟରେ ତୁଟପଦା ଠାରେ ସେହି ଗ୍ରାମରେ ୨୫ ବର୍ଷିୟ ଯୁବକ ରଶ୍ମିରଞ୍ଜନ ଦାଶ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲେ । ଆକ୍ରମଣ କରିବାର କାରଣ ଜଣାପଡିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାକୁ ପ୍ରେମ ନିବେଦନ କରିଥିଲେ । ଏହାକୁ ଝିଅ ଓ ପରିବାର ଲୋକ ପ୍ରତିବାଦ କରିବାରୁ ସେହି ରାଗରେ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି ।

କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୧୯।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୭୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୧ଜଣ, ବରଗଡ଼ ଜିଲ୍ଲାରୁ ୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୩୯ଜଣ, ବଲାଙ୍ଗୀର ଜିଲ୍ଲାରୁ ...

Prime Odisha June 19, 2021, 8:40 am     432 Views

ସ୍କୁଟିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ସ୍କୁଟିରେ ଜଳେଶ୍ବରରୁ ଭୁବନେଶ୍ବର; ଡିକିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର। ଯେମିତି କାହା ସନ୍ଦେହକୁ ନ ଆସିବ, ସେଥିପାଇଁ ଏଭଳି ଉପାୟ ଆପଣାଇଥିଲା ଯୁବକ। ଏତେ ସତର୍କ ଥିଲା ଯେ ଗ୍ରାହକ ସହ ଫୋନ୍ କ୍‌ଲ‌ରେ କଥା ନ ହୋଇ ହ୍ବାଟସଆପ୍ କଲ୍‌ରେ କଥାବାର୍ତ୍ତା ହେଉଥିଲା। ଫୋନ ପେ’ରେ କାରବାର କରିବା ପାଇଁ ଯୋଜନା କରିଥିଲା। କିନ୍ତୁ ସବୁ ଫେଲ୍ ମାରିଲା। ଶେଷରେ ପୁଲିସ ହାତରେ ଧରାପଡ଼ିଗଲା ବାଲେଶ୍ବରର ବିଟୁ ଖାନ୍। ତା’ଠାରୁ ୫୭୭ ଗ୍ରାମ ବ୍ରାଉନସୁଗାର, ସ୍କୁଟି ଓ ମୋବାଇଲ ଫୋନ୍ ଜବତ କରିଛି ବଡ଼ଗଡ଼ ଥାନା ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ଘର ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ...

Prime Odisha June 19, 2021, 8:17 am     533 Views

ପିଡିଏସ୍‌ ମହାଦୁର୍ନୀତି: ଠିକାଦାର ଛାଡ଼ିଲେ ଦାୟିତ୍ବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପିଡିଏସ୍‌ ମହାଦୁର୍ନୀତି ଖବର ପ୍ରକାଶନ ପରେ ଗୁମର ଫିଟିଯିବା ଭୟ ଜିଲ୍ଲା ଯୋଗାଣ ବିଭାଗ, ମିଲର୍ସ ଓ ଠିକାଦାରମାନଙ୍କୁ ଘାରିଛି। ଏହିକ୍ରମରେ ୧୬ ତାରିଖରେ ସୁନ୍ଦରଗଡ଼ର ପରିବହନକାରୀ (ଏଲ୍‌୨) ଠିକାଦାର ସୁମିତ ଅଗ୍ରୱାଲ ଅତି ତରବର ହୋଇ ପରିବହନ ଦାୟିତ୍ବରୁ ଓହରି ଯାଇଛନ୍ତି। ଏ ସମ୍ପର୍କିତ ଲିଖିତ ତ୍ୟାଗପତ୍ର ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପରେ ତାଙ୍କ ଅଧୀନସ୍ଥ ହେମଗିର, ଲେଫ୍ରିପଡ଼ା, ଟାଙ୍ଗରପାଲି ବ୍ଲକକୁ ବିଭାଗ ନିଜ ହାତକୁ ନେଇଛି। ସୂଚନାଯୋଗ୍ୟ, ସୁମିତଙ୍କ ବାପାଙ୍କ ନାମରେ ଏକ ରାଇସ୍‌ ମିଲ୍‌ ରହିଛି। ନିୟମ ଅନୁସାରେ, ଯାହାର ରାଇସ୍‌ ମିଲ୍‌ ଥିବ ତାଙ୍କ ପରିବାର ତଥା ରକ୍ତ ସମ୍ପର୍କୀୟ କେହି ପି...

Prime Odisha June 19, 2021, 8:10 am     342 Views

କୂଳ ଲଂଘୁଛି ତେଲ ନଦୀ, ୨୭ ବର୍ଷ ଧରି ସମସ୍ୟା ସୃଷ୍ଟି କରୁଛି ଇନ୍ଦ୍ରାବତୀ

କଣ୍ଟାମାଳ : ୧୯୮୨ ମସିହାର ବନ୍ୟା ବିଭୀଷିକା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ନଈକୂଳିଆ ଗାଁର ଅଧିବାସୀମାନେ ଏବେ ବି ଭୁଲି ପାରିନାହାନ୍ତି। ସେବେଠୁ ପ୍ରତ୍ୟେକ ବର୍ଷ ବର୍ଷା ଆସିଲେ ସେଦିନର ଛାତିଥରା ଦୃଶ୍ୟ ଆଖି ଆଗରେ ନାଚି ଉଠୁଥିବା ପ୍ରତ୍ୟକ୍ଷଦର୍ଶୀ କହନ୍ତି। ବନ୍ୟା ବେଳେ ତତ୍କାଳୀନ ସରକାର ତେଲନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ୪୦ ବର୍ଷ ପରେ ବି ଏହି ଦାବି ପୂରଣ ହୋଇ ପାରିନାହିଁ। ତେଲ ନଦୀ କଳାହାଣ୍ଡି ଜିଲ୍ଲାରୁ ବାହାରି ବଲାଙ୍ଗୀର ଜିଲ୍ଲା ଦେଇ କୁଲତାଯୋର ପଞ୍ଚାୟତ ଦେଉଳି ଗ୍ରାମ ଶୈବ ପୀଠରେ ବୌଦ୍ଧ ଜିଲ୍ଲାକୁ ଛୁଇଁଛି। ସେଠାରୁ ଦୀର୍ଘ ୭୦ କିମି ପ୍ରବାହିତ ହୋଇ ମନମୁଣ୍ଡା ପଞ୍ଚାୟତ ସାହୁପଡା ଗ୍ରାମ ନିକଟରେ ମହାନଦୀର...

Prime Odisha June 19, 2021, 8:09 am     168 Views

କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ, ଏନ୍‌ଜିଟି ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଯାଜପୁର/କୋରେଇ : ଯାଜପୁର ଜିଲ୍ଲାରେ ଦୀର୍ଘଦିନ ହେଲା ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ମହାଦୁର୍ନୀତି କାରବାର ପ୍ରଶାସନର ସହଯୋଗରେ ଜାରି ରହିଛି। ଏହାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସମୟରେ ସୁପ୍ରିମକୋର୍ଟ, ହାଇକୋର୍ଟ, ଲୋକାୟୁକ୍ତଙ୍କ ଠାରୁ ଆରମ୍ଭ କରି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ(ଏନଜିଟି)ରେ ମଧ୍ୟ ଏକାଧିକ ମାମଲା ବିଚାରଧୀନ ରହିଛି। ଏନଜିଟି ନିର୍ଦ୍ଦେଶରେ ଆଜି ଏକ ବେଆଇନ୍ ବାଲିଘାଟ ଓ ଚୋରା ବାଲିଗଚ୍ଛିତ ଘଟଣାର ତଦନ୍ତ କଲା ବେଳେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟିକୁ ଅନେକ ବେଆଇନ କାରବାର ଆସିଛି। ପୂର୍ବରୁ ହୋଇଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ସେ କ୍ଷୋଭ ପ୍ରକାଶ କରିବା ସହିତ ସାନି ତଦନ୍ତ କରି ଆଇନ୍ ଅନୁଯାୟୀ କାର...

Prime Odisha June 19, 2021, 8:08 am     653 Views

ମରଣଯନ୍ତାରେ ପୂର୍ବ-ପଶ୍ଚିମ ଯୋଗାଯୋଗର ଜୀବନରେଖା

ଅନୁଗୁଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲା ଦେଇ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ। ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସଡ଼କ ଯୋଗାଯୋଗର ଜୀବନରେଖା ରୂପେ ପରିଚିତ ଏହା ଗାଁ ରାସ୍ତାଠାରୁ ବି କଦର୍ଯ୍ୟ। ନିତି ଏହି ରାସ୍ତାରେ ହଜାର ହଜାର ଗାଡ଼ି ଯାଉଥିଲାବେଳେ ନିୟମିତ ଦୁର୍ଘଟଣା ବି ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। କିନ୍ତୁ କେହି ଶୁଣୁ ନାହାନ୍ତି। କାରଣ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଅଧୀନରେ ଥିବା ଏହି ରାସ୍ତାର ବାଇପାସ୍ ରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଛି। ଫଳରେ ହାତ ଝାଡ଼ି ଦେଇଛି ବିଭାଗ। କାହା ଅଧୀନକୁ ଏହି ରାସ୍ତା ଆସିବ, ତାହା ବି ଚୂଡାନ୍ତ ହୋଇପାରୁନି। ତେଣୁ କେହି ଏହି ରାସ୍ତାର ନିର୍ମାଣ କିମ୍ବା ମରାମତି ...

Prime Odisha June 19, 2021, 8:05 am     587 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us