BREAKING

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭


ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୯୫ଜଣ, ବାଲେଶ୍ୱରରୁ ୩୯୨ଜଣ, ବରଗଡ଼ରୁ ୧୦୭ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୫ ଜଣ, ଜଗତସିଂହପୁରରୁ ୨୨୬ ଜଣ, ଯାଜପୁରରୁ ୪୩୪ ଜଣ, ଝାରସୁଗୁଡ଼ାରୁ ୪୨ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୧୧୨ ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, କେଉଁଝରରୁ ୧୨୩ଜଣ, ଖୋର୍ଦ୍ଧାରୁ ୧୦୧୭ ଜଣ, କୋରାପୁଟରୁ ୧୨୬ ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୨୯୭ଜଣ, ନବରଙ୍ଗପୁରରୁ ୧୪୬ ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ ଜଣ, ପୁରୀରୁ ୨୯୧ଜଣ, ରାୟଗଡ଼ାରୁ ୧୨୦ ଜଣ, ସମ୍ୱଲପୁରରୁ ୧୦୧ଜଣ, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲରୁ ୧୫୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୩୭,୨୨୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୬୪,୬୭୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୯, ୩୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ, ଜେଠୱା ହେଲେ ଭିଜିଲାନ୍ସ ଡିଜି

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ଷଡଙ୍ଗୀ ଗୃହନିର୍ମାଣ ବିଭାଗରେ ସିଏମ୍ଡି ରହିଥିଲେ । ସ୍ୱର୍ଗତ ଭି୍ଜିଲାନ୍ସ ଡିଜି ଦେବାଶିଷଙ୍କ ସ୍ଥାନରେ ବରିଷ୍ଠ ଆଇପିଏ୍ ଅଫିସର ଯଶୋବନ୍ତ ଜେଠୱାଙ୍କୁ ନିଯୁକ୍ତ କରାଯାଇଛି । ଜେଠୱା ଏହା ପୂର୍ବରୁ ଓଡିଶା ପୋଲିସ୍ର ଆଇନ ଶୃଙ୍ଖଳା ବିଭାଗର ଆଡିସନାଲ ଡିଜି ରହିଥିଲେ । ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ସହକାରୀ ଡିଜି ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ ତାଙ୍କୁ ଗୃହ ନିର୍ମାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ...

Prime Odisha June 24, 2021, 7:01 am     526 Views

ସାପ କାମୁଡ଼ାରେ ଅମିତ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି। କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା ଏବଂ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଅମିତ କଲେଜରେ ଶୋକର ଛାୟା ଖେଳି ଯାଇଛି। ଅପରାହ୍ନରେ ଗୁଗଲ ମିଟରେ ଏକ ଶୋକସଭା ଆୟୋଜନ କରା ଯାଇଥିଲା। ଏଥିରେ ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି, ନିର୍ଦ...

Prime Odisha June 24, 2021, 6:18 am     773 Views

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି । ରେଜଲ୍ଟ ସଂଧ୍ୟା ୬ଟା ପରେ ଓ୍ବେବସାଇଟରେ ଉବଲବ୍ଧ ହେବ ।...

Prime Odisha June 24, 2021, 11:12 am     923 Views

ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୨୪।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୦୫୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୫୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକ...

Prime Odisha June 24, 2021, 8:31 am     801 Views

ଛାତ୍ରଛାତ୍ରୀ ପଢିବେ କେମିତି?

କଟକ : ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ୟୁଟ୍ୟୁବ୍‌ରେ ‘ଉତ୍କର୍ଷ ପଢ଼ା’ ଚାଲିଛି। ଚଳିତ ମାସ ୨୧ତାରିଖରୁ ପାଠପଢ଼ା ଆରମ୍ଭ ହେଲାଣି। ତିନି ଦିନ ପଢ଼ା ସରିଥିଲେ ମଧ୍ୟ ରାଜ୍ୟର ସବୁ ପିଲାଙ୍କୁ ‘ଉତ୍କର୍ଷ ’ବହି ମିଳିନାହିଁ। ଜୁନ୍‌ ୨୧ପୂର୍ବରୁ ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯାଇଥିବା ବେଳେ ଅନୁଦାନପ୍ରାପ୍ତ ଓ ଅପ୍‌ଗ୍ରେଡେଡ୍‌ ହାଇସ୍କୁଲରେ ପଢ଼ୁଥିବା ନବମ ପିଲାଙ୍କୁ ଏହି ବହି ଦିଆଯାଇନାହିଁ। ଆଗକୁ ଏହା ମିଳିବାର ବ୍ୟବସ୍ଥା ବି ନାହିଁ। ଏପରି ସ୍ଥଳରେ ବିନା ବହିରେ ଓଡ଼ିଆ ମାଧ୍ୟମ ନବମ ଛାତ୍ରଛାତ୍ରୀ କିପରି ବଢ଼ିବେ ବୋଲି ପ୍ରଶ୍ନ ଉଠିଛି। ଦ୍ବିତୀୟ ବର୍ଗ ହାଇସ୍କୁଲ ପିଲାଙ୍କ ପ୍ରତି ଏପରି ଆଭିମୁଖ୍ୟକ...

Prime Odisha June 24, 2021, 8:20 am     405 Views

୨୮ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି । କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଓ ଏମ୍ସରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମିବା ପରେ ଏହି ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ଓପିଡିରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ହୋଇ ପାରିବ । ଏମ୍ସରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେବା ପରେ ଏପ୍ରିଲ ୨୬ ତାରିଖରୁ ଓପିଡିରେ ରୋଗୀ ଚିକିତ୍ସା ବନ୍ଦ କରାଯାଇଥିଲା । ଓପିଡି ଖୋଲିବା ପରେ ବି ଏମ୍ସରେ ଟେଲି ମେଡିସିନ ସେବା ପୂର୍ବଭଳି ଜାରି ରହିବ । ଏଣିକି କେବଳ ହ୍ୱାଟ୍ସଆପ୍ ମାଧ୍ୟମରେ ରୋଗୀ କିମ୍ବା ସମ୍ପର୍କୀୟଙ୍କୁ ପରାମର୍ଶ ଦେବେ ଡାକ୍ତର ।...

Prime Odisha June 24, 2021, 8:14 am     506 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us