BREAKING

କୋଭିଡ୍ ଅନାଥ ପିଲାଙ୍କୁ ବିକୁଛନ୍ତି ଦଲାଲ୍‌!


ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହରରେ ଅନେକ ପିଲା ପିତାମାତାଙ୍କୁ ହରାଇ ଅନାଥ ‌ହୋଇପଡ଼ିଛନ୍ତି। ସେମାନଙ୍କୁ ‌ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ସୋସିଆଲ୍ ମିଡିଆରେ ଜୋରସୋର ପ୍ରଚାର କରାଯାଉଛି। ଏହି ଅସମୟରେ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ଆଳରେ କିଛି ଅସାମାଜିକ ବ୍ୟକ୍ତି ଫାଇଦା ଉଠାଇବାକୁ ପ୍ରୟାସ କରୁଛନ୍ତି। ନଗଦ ରାଶି ବଦଳରେ ସେମାନଙ୍କୁ ଚାଲାଣ କରିବା ଲାଗି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଏଭଳି ଅନାଥ ପିଲାମାନଙ୍କ ପ୍ରତି ‌ଚାଲାଣ ଓ ଶୋଷଣ ବିପଦ ବଢ଼ିଯାଇଛି।

ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଗତକିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଚାଲିଛି। ଏହା ପଛରେ ଅସଲ ଉଦ୍ଦେଶ୍ୟଟି କଣ? ଏହା ଜାଣିବା ଲାଗି ଦିଲ୍ଲୀର ଶିଶୁ ଅଧିକାର ସୁରକ୍ଷା କମିସନ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। କମିସନର ଜଣେ ଅଧିକାରୀ ସୋସିଆଲ ମିଡିଆରେ ପ୍ରଚାରିତ ଏକ ନମ୍ବରକୁ କଲ୍‌ କରି ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ତେ‌ବେ ତାଙ୍କୁ ଯାହା ଉତ୍ତର ମିଳିଲା ସେଥିରେ‌ ସେ ଆଶ୍ଚାର୍ଯ୍ୟ ହୋଇଯାଇଥିଲେ। ଫୋନ୍‌ ଧରିଥିବା ସଂସ୍ଥାର ଜଣେ ବ୍ୟକ୍ତି ସଂପୃକ୍ତ ଅଧିକାରୀଙ୍କ ଠାରୁ ଟଙ୍କା ଦାବି କରିଥିଲା। ଝିଅ ପିଲା ପିଛା ୫ ଲକ୍ଷ ଏବଂ ପୁଅ ପିଲା ପିଛା ୮ ଲକ୍ଷ ଟଙ୍କା ଦାବି କରିଥିଲା।

ଏସମ୍ପର୍କରେ କମିସନ ତରଫରୁ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ‌ସେହିପରି କୋଲକାତାରୁ ଏକ ଅନାଥ ଶିଶୁକୁ ଚାଲାଣ ପାଇଁ ଉଦ୍ୟମ ହେଉଥିଲା ଯାହାର ସୂଚନା ପଶ୍ଚିମବଙ୍ଗ ପୁଲିସକୁ ମଧ୍ୟ ଦିଆଯାଇଛି। ମିଳିଥିବା ଖବର ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଅନାଥ ହୋଇପଡ଼ିଥିବା ପିଲାମାନଙ୍କୁ ଚାଲାଣ/ବିକ୍ରି ପାଇଁ ରାକେଟ ସକ୍ରିୟ ହୋଇଯାଇଛି। ସେମାନେ ଏଭଳି ପିଲାମାନଙ୍କୁ ଆଣି ଚାଲାଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେମାନେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ୧୧ରୁ ମେ’ ୨୨ ତାରିଖ ଭିତରେ ୫୭୭ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି। ଆଉ ଏକ ଏନଜିଓ ତଥ୍ୟ ଅନୁସା‌େରେ ଦେଶରେ ପାଖାପାଖି ୧୦ ହଜାର ପିଲା ଅନାଥ ହୋଇଛନ୍ତି। କିନ୍ତୁ ଏହି ସଂଖ୍ୟା ଅଧିକ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଦିଲ୍ଲୀ ଶିଶୁ ସୁରକ୍ଷା କମିସନର ଅଧ୍ୟକ୍ଷ ଅନୁରାଗ କୁଣ୍ଡୁ କହିଛନ୍ତି ଯେ ସାଧାରଣତଃ ଅନାଥ ପିଲାଙ୍କ ଦେଖାଶୁଣା ବ୍ୟବସ୍ଥା କରିବା ଲାଗି କମିସନ ପ୍ରଥମେ ତାଙ୍କ ସମ୍ପର୍କୀୟ, ପଡ଼ୋଶୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲଡ୍‌ଲାଇନ୍, ଏନ୍‌ଜିଓ କିମ୍ବା କାଉନ୍‌‌ସେଲରଙ୍କୁ ସାକ୍ଷାତ କରନ୍ତି। ସେଥିରୁ କୌଣସି ସୁଫଳ ନମିଳିଲେ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥାପନ କରିବା ପରେ ପିଲାଟିକୁ ସଂସ୍ଥାଗତ ଯତ୍ନ ପାଇଁ ପଠାଇ ଦିଆଯାଏ। ଯେଉଁ ପିଲାମାନଙ୍କୁ କେହି ଗ୍ରହଣ କରନ୍ତି ନାହିଁ ସେମାନଙ୍କୁ ଆଇନଗତ ପ୍ରକ୍ରିୟାରେ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ।

ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନୋବେଲ୍ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାକେଶ ସେନ୍‌ଗର କହିଛନ୍ତି ଯେ ବେଆଇନ ଭାବେ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଥିବା ବିଷୟରେ ଜାତୀୟ ମାନବାଧିକାର କମିସନ, ଶିଶୁ ସୁରକ୍ଷା କମିଟି ଓ ତଦନ୍ତ ଏଜେନ୍ସିଗୁଡ଼ିକୁ ସୂଚନା ଦିଆଯାଇଛି। ସଂଯୋଗ ନାମକ ଏନ୍‌ଜିଓର ପ୍ରତିଷ୍ଠାତା ସଦସ୍ୟ ରୁପ୍ ସେନ୍ କହିଛନ୍ତି ଯେ କରଜ ଜନିତ ଗୋତି ଶ୍ରମିକ ପ୍ରଥା ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ଗରିବ ରାଜ୍ୟଗୁଡ଼ିକରେ ଏକ ପ୍ରମୁଖ ସମସ୍ୟା। ‌ଯୌନକର୍ମୀମାନେ ଅଧିକ ଋଣରେ ବୁଡ଼ି ରହୁଥିବାରୁ ସେମାନଙ୍କ ପିଲାଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ।
ପାଟନାର ଏକ ଏନ୍‌ଜିଓ ସେଣ୍ଟର ଡାଇରେକ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁରେଶ କୁମାର କହିଛନ୍ତି ଯେ ମହାମାରୀରେ ମାନବ ଚାଲାଣ ଏକ ସଂଗଠିତ, କିନ୍ତୁ ଲୁଚି ରହିଥିବା ଅପରାଧ। ଏହି ସଂସ୍ଥା ଜୟପୁରର ଏକ କାଚ କାରଖାନାରୁ ୫୦୦ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପିଲାଙ୍କ ପିତାମାତା କରୋନାରେ ପ୍ରାଣ ହରାଇଥିଲେ। ଟ୍ରେନ୍ ଚଳାଚଳ କରୁଥିବା ବେଳେ ଅତି ସହଜରେ ମାନବ ଚାଲାଣ ହେଉଥିଲା। କରୋନା ମହାମାରୀ ପାଇଁ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଚାଲାଣକାରୀମାନେ ଅନ୍ୟ ଉପାୟ ଅବଲମ୍ବନ କରୁଛନ୍ତି। ଚାଲାଣକାରୀମାନେ ପିଲାମାନଙ୍କ ଆଧାର କାର୍ଡରେ ଜାଲିଆତି କରି ସେମାନଙ୍କ ବୟସ ବଦଳାଇ ଦେଉଛନ୍ତି।

ଆଜି ରାହୁଲ୍‌ ଗାନ୍ଧୀଙ୍କୁ ହେଲା ୫୧ ବର୍ଷ

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ରାଜଧାନୀରେ ଜନସାଧାରଣଙ୍କୁ ଫେସ୍‌ ମାସ୍କ୍, ମେଡିସିନ୍‌ କିଟ୍‌ ଏବଂ ରନ୍ଧା ଭୋଜନ ସମେତ ଅନ୍ୟ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ବଣ୍ଟନ କରିବ ବୋଲି ଗତକାଲି ଘୋଷଣା କରିଥିଲା। ଏକ ବିବୃତିରେ ଦିଲ୍ଲୀ କଂଗ୍ରେସ କହିଥିଲା କି, ଦିଲ୍ଲୀ ମହାନଗର ନିଗମ ଅନ୍ତର୍ଗତ ୨୭୨ ୱାର୍ଡରେ ‘ମାଗଣା ରେସନ୍‌’ ପାଇବାକୁ ଧାଡ଼ି ବାନ୍ଧୁଥିବା ଲୋକମାନଙ୍କୁ ଉପରୋକ୍ତ ସାମଗ୍ରୀ ସବୁ ଦିଆଯିବ। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଚୌଧୁରୀ ଅନୀଲ କୁମାରଙ୍କ ନେତୃତ୍ବରେ ଦିଲ୍ଲୀ କଂଗ୍ରେସ କର୍ମୀମାନେ ମାସ୍କ୍‌, ମେଡିସିନ୍‌ କିଟ୍, ରନ୍ଧା ଭୋଜନ, ପ...

Prime Odisha June 19, 2021, 9:03 am     978 Views

ପୁରୁଷ ପ୍ରଜନନ କ୍ଷମତା ଉପରେ ଟିକାର ପ୍ରଭାବ ନାହିଁ: ଅନୁଧ୍ୟାନ

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନାହିଁ ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାଯାଇଛି। ଏପରିକି କୋଭିଡ୍‌ ଟିକାର ଦୁଇଟି ଯାକ ମାତ୍ରା ନେଲା ମରେ ମଧ୍ୟ କିଛି ସ୍ବେଚ୍ଛାସେବୀଙ୍କର ଶୁକ୍ରାଣୁ ସ୍ତର ଟିକା ନେବା ପୂର୍ବର ସ୍ତରଠାରୁ ଅଧିକ ରହିଥିବା ଏଥିରୁ ଜଣାଯାଇଛି। ମିଆମି ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ସଂଘଟିତ ଏହି ପରୀକ୍ଷା ନିରୀକ୍ଷାରେ ୪୫ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୨୧ ଜଣଙ୍କୁ ଫାଇଜର ଟିକା ଓ ୨୪ ଜଣଙ୍କୁ ମଡର୍ଣ୍ଣା ଟିକା ଦିଆଯାଇଥିଲା। ଟିକା ନେବା ପୂର୍ବରୁ ସେମାନଙ୍କର ଆଧାରଭୂତ(ବେସ୍‌ଲାଇନ୍‌) ହାରାହାରି ଶୁକ୍ରାଣୁ ସାନ୍ଦ୍ରତା ମି.ଲି...

Prime Odisha June 19, 2021, 9:02 am     352 Views

ଆସାମରୁ କଂଗ୍ରେସକୁ ବଡ ଝଟକା

ନୂଆଦିଲ୍ଲୀ ୧୮।୬: ଆସାମରେ ଜିତିବାର ଦେଢ ମାସ ମଧ୍ୟରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ, ରାଜସ୍ଥାନରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲାଗିରହିଥିବା ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଝଟକା ଲାଗିଥିଲା ଯେତେବେଳେ ଆସାମ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳର ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ସପ୍ତାହରେ ବିଜେପିରେ ଯୋଗଦେବେ । ଜୋରହାଟ ଜିଲ୍ଲାର ମାରିୟାନି ଆସନରୁ ରୂପଜ୍ୟୋତି କୁର୍ମୀ ଲଗାତର ୪ର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଜିତିବାର ଦେଢ ମାସ ପରେ ସେ ବାଚସ୍ପତି ବିଶ୍ବଜିତ ଦୈମାରିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ର...

Prime Odisha June 19, 2021, 8:36 am     556 Views

ପୁଣେ ସହରକୁ ପୁଣି ଫେରିଲା ୱିକେଣ୍ଡ୍ ଲକଡାଉନ୍

ପୁଣେ ୧୯/୬ : ମହାରାଷ୍ଟ୍ରରେ ଦେଖାଦେଲାଣି ତୃତୀୟ ଲହର ଭୟ । ପୁଣେକୁ ପୁଣି ଫେରିଛି ୱିକେଣ୍ଡ ଲକଡାଉନ୍ । ପୁଣି କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଅନଲକ୍ ପ୍ରକ୍ରିୟା ଦେଇ ଗତି କରୁଛି । ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ କୋଭିଡ-19 ର ବିସ୍ତାର ଯାଞ୍ଚ ପାଇଁ ଏହି ପଦକ୍ଷେପ ନେଇଛି । ଅଣ-ଅତ୍ୟାବଶ୍ୟକ ଦୋକାନଗୁଡିକ ସପ୍ତାହ ଶେଷରେ ବନ୍ଦ ରହିବ । ଏହି ନିର୍ଦ୍ଦେଶ ଅନୁଯାୟୀ, ପିଏମସି ମଧ୍ୟ ବିନା କାରଣରେ ରାତି ୧୦ ଟା ପରେ ଯାତାୟତ ଉପରେ ରୋକ୍ ଲଗାଯାଇଛି । ତେବେ, ପୁନଃ ପ୍ରତିବନ୍ଧକ କେତେ ଦିନ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପିଏମସି କମିଶନର ବିକ୍ରମ କୁମାର ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା କହିଛନ୍ତି ଯେ ଅତ୍...

Prime Odisha June 19, 2021, 8:33 am     120 Views

ନକଲି ଟିକାକରଣ ମାମଲାରେ ୪ ଗିରଫ

ମୁମ୍ବାଇ : ମୁମ୍ବାଇରେ ଏକ ହାଉସିଂ ସୋସାଇଟିରେ ଚାଲିଥିବା ‘ନକଲି ଟିକାକରଣ ଶିବିର’ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି। ହାଉସିଂ ସୋସାଇଟିରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବଡ଼ ଧରଣର ଜାଲିଆତି ହୋଇଛି। ମୁମ୍ବାଇର କାନ୍ଦିଭଲି ସ୍ଥିତ ହିରାନନ୍ଦନୀ ହେରିଟେଜ୍‌ ସୋସାଇଟିରେ ଗତ ୩୦ରେ ଟିକାକରଣ ଶିବିର ହୋଇଥିଲା। ତେବେ ଟିକା ନେବାପରେ ଏହି ହାଉସିଂ ସୋ‌ସାଇଟିର ବାସିନ୍ଦାମାନେ କୋୱିନ୍‌ ପୋର୍ଟାଲ୍‌ରେ କୌଣସି ରେକର୍ଡ ପାଇଲେନି। ସେମାନଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲ୍‌ ନାମରେ ସାର୍ଟିଫିକେଟ୍‌ ମିଳିଲା। ଉକ୍ତ ଘଟଣାରେ ମୁମ୍ବାଇ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ଏହାର ଖୋଳତାଡ଼ କରିଛି। ଗଣମାଧ୍ୟମରେ ବିବୃତି ରଖି ମୁମ୍ବାଇ ପୁଲିସର ଏ...

Prime Odisha June 19, 2021, 8:19 am     324 Views

ଭାରତ-ମିଆଁମାର ଦ୍ବିପାକ୍ଷିକ ସଂପର୍କରେ ଓଡ଼ିଶା ନିର୍ଣ୍ଣାୟକ

ନୂଆଦିଲ୍ଲୀ : ଭାରତ-ମିଆଁମାର ସାମାଜିକ-ସାଂସ୍କୃତିକ ସଂପର୍କରେ ଓଡ଼ିଶାର ଭୂମିକା ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଆସିଛି। ୧୯୯୩ ପରଠାରୁ ମିଆଁମାର ସହ ରାଜନୈତିକ ସଂପର୍କରେ ଉନ୍ନତି ପାଇଁ ଲଗାତାର ପ୍ରୟାସ ଚାଲିଛି। ଏବେ ମିଆଁମାରରେ ଗଣତାନ୍ତ୍ରିକ ସରକାରର ପତନ ସହ ସାମରିକ ଶାସନ ଆସିବା ପରେ ମଧ୍ୟ ଉଭୟ ଦେଶର ଦ୍ବିପାକ୍ଷିକ ସାଂସ୍କୃତିକ ସଂପର୍କକୁ କାଏମ ରଖିବା ପାଇଁ ମିଆଁମାରରେ ଥିବା ଓଡ଼ିଆମାନେ ନିର୍ଣ୍ଣାୟକ ଭୂମିକା ନେଇପାରିବେ ବୋଲି ଗବେଷକମାନେ କହିଛନ୍ତି। ଉତ୍ତର ପୂର୍ବ ଭାରତର ମିଜୋରାମ, ମଣିପୁର, ନାଗାଲ୍ୟାଣ୍ଡ୍‌ ଏବଂ ଅରୁଣାଚଳ ସୀମାକୁ ଲାଗି ମିଆଁମ୍ୟାର ସହ ୧୬୦୦ କିମି ସୀମା ସହିତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ମଧ୍ୟ ରହିଛି । ଭାରତ ମିଆଁ...

Prime Odisha June 19, 2021, 7:58 am     487 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us