BREAKING

୪ ଲେନ୍‌ ହେବ ବିଜୁ ଏକ୍ସପ୍ରେସ୍‌ ‌ୱେ


ଭୁବନେଶ୍ବର : କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଶିଳ୍ପାୟନ କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାର ଯୋଜନା କରିଛନ୍ତି। ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ୨ ଲେନ୍‌ ବିଶିଷ୍ଟ ନିର୍ମାଣାଧୀନ ୧୭୪.୫ କିଲୋମିଟର ଦୀର୍ଘ ବିଜୁ ଏକ୍ସପ୍ରେସ୍‌ ୱେକୁ ୪ ଲେନ୍‌ ବିଶିଷ୍ଟ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଇଡ୍‌କଲ୍‌କୁ ଶିଳ୍ପ ବିଭାଗରୁ କାଢ଼ି ଇସ୍ପାତ ଓ ଖଣି ବିଭାଗକୁ ଅଣାଯାଇଛି। ଓଏଏସ୍‌ କ୍ୟାଡର ପୁନର୍ବିନ୍ୟାସ, ସହରାଞ୍ଚଳ ଯୋଜନା ଅଧିନିୟମରେ ସଂଶୋଧନ ସମେତ ମୋଟ ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ଶିଳ୍ପ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ବିଜୁ ଏକ୍ସପ୍ରେସ୍‌ ୱେ ଯୋଗେ ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହିତ ସଂଯୋଗ କରୁଥିବା ରାସ୍ତାକୁ ସଂପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ପଶ୍ଚିମ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ହେବା ସହ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ। ୪୪୮ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ନୂଆପଡ଼ା ଜିଲ୍ଲାର ଘାଟିପଡ଼ାରୁ ସିନାପାଲି ପର୍ଯ୍ୟନ୍ତ ୧୦୪.୬୫ କିଲୋମିଟର ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରାଯିବ। ଯେଉଁଥିରେ ୬ଟି ବୃହତ ଓ ୬ଟି ଛୋଟ ପୋଲ ନିର୍ମାଣ ହେବ। ସେହିପରି କଳାହାଣ୍ଡିର ସିନାପାଲିରୁ ଧର୍ମଗଡ଼ ଦେଇ ଆମ୍ବପାଣି ପର୍ଯ୍ୟନ୍ତ ୬୯.୮୫ କିଲୋମିଟର ରାସ୍ତା ପାଇଁ ୧୧ଟି କ୍ଷୁଦ୍ର ଓ ୨ଟି ବୃହତ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଏକ୍ସପ୍ରେସ ଓ୍ବେ ପାଇଁ ଏପିକ୍‌ ଚୁକ୍ତିନାମାକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି।

କ୍ୟାବିନେଟ୍‌ର ଅନ୍ୟ ନିଷ୍ପତ୍ତି ମୁତାବକ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଅଧୀନରେ ଥିବା ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ୍‌ (ଇଡ୍‌କଲ୍‌)କୁ ଇସ୍ପାତ ଓ ଖଣି ବିଭାଗ ଅଧୀନକୁ ଅଣାଯାଇଛି। ଇଡ୍‌କଲର ମୁଖ୍ୟ କାର୍ଯ୍ୟ ଖଣିଜ ଭିତ୍ତିକ ଓ ଅଳ୍ପ କିଛି କାର୍ଯ୍ୟ ଶିଳ୍ପଭିତ୍ତିକ। ସେଥିପାଇଁ ସରକାର ଏହି ସଂସ୍ଥାକୁ ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି କଟକ ସହରରେ ଜାଇକା ଦ୍ବାରା ନିର୍ମାଣାଧୀନ ୧ ନମ୍ବର ଡ୍ରେନ୍‌ ଉପରେ ପଟ୍ଟାପୋଲଠାରୁ ମାତୃଭବନ ଓ ବଜ୍ରକବାଟି ଠାରୁ ମାତୃଭବନ ପର୍ଯ୍ୟନ୍ତ ବକ୍ସ କଲ୍‌ଭର୍ଟ କରିବା ପାଇଁ ଆହ୍ବାନ ହୋଇଥିବା ୪୫୦ କୋଟି ୪୪ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହି ନିର୍ମାଣ କାମ ଚଳିତ ବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଟାଉନ୍ ପ୍ଲାନିଂ ଆଣ୍ଡ୍‌ ଇମ୍ପ୍ରୁଭ୍‌ମେଣ୍ଟ୍‌ ଟ୍ରଷ୍ଟ ଆକ୍ଟର ଅଧିନିୟମରେ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ସମସାମୟିକ ଆବଶ୍ୟକତାକୁ ଭିତ୍ତି କରି ୬୫ ବର୍ଷ ତଳର ଅଧିନିୟମରେ କେତୋଟି ସଂଶୋଧନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜନସାଧାରଣଙ୍କ ସୁବିଧା ନିମନ୍ତେ ଟିଡିଆର୍‌ ଓ ସିଏଫ୍‌ ଭଳି ଆଧୁନିକ ବିଷୟଗୁଡ଼ିକର ପ୍ରଚଳନ ସହ ଛୋଟ ଛୋଟ କୋଠାବାଡ଼ିଗୁଡ଼ିକର ଅନୁମୋଦନ ପ୍ରକ୍ରିୟା କୋହଳ କରାଯିବ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାଧୁନିକ ଅନ୍‌ଲାଇନ୍ ବିଲ୍‌ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ପ୍ରଚଳନ କରାଯିବ। ୭୪ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଭିତ୍ତି କରି ସମସ୍ତ ପୌର ସଂସ୍ଥାକୁ ଟାଉନ୍ ପ୍ଲାନିଂ କାର୍ଯ୍ୟର ହସ୍ତାନ୍ତର କରାଯିବ। ଅନଧିକୃତ ନିର୍ମାଣଜନିତ ନିୟମ ଉଲ୍ଲଂଘନ ପାଇଁ ଆବଶ୍ୟକ ଦଣ୍ଡବ୍ୟବସ୍ଥା ପ୍ରଣୟନ କରି ଉନ୍ନତ କାର୍ଯ୍ୟକାରିତା ପ୍ରଣାଳୀ ସୁନିଶ୍ଚିତ କରାଯିବ।

ସେହିପରି ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀ, ୨୦୧୧ରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି। ଏଣିକି ଏହି ସେବାରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ପାଇଁ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନରେ ପାଇବାକୁ ଥିବା ପ୍ରଶିକ୍ଷଣ ଅବଧିକୁ ୧୨ ମାସରୁ କମାଇ ୧୦ ମାସ କରାଯାଇଛି। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା, ଗ୍ରୁପ୍‌-ଗ ନିଯୁକ୍ତି ସର୍ତ୍ତାବଳୀ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ କରାଯିବା ସହ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ ୧୯୫୯ରେ ସଂଶୋଧନ କରାଯାଇଛି। ଫଳରେ ଏଣିକି ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସ୍ଥାବର, ଅସ୍ଥାବର ସମ୍ପତ୍ତି ଓ ଏହାର ମୂଲ୍ୟ ବିଷୟରେ ବାର୍ଷିକ ଘୋଷଣା କରିବେ। ଯାହାକି ସାଧାରଣ ଲୋକଙ୍କ ସୂଚନା ପାଇଁ ସରକାରୀ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ।

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ, ଜେଠୱା ହେଲେ ଭିଜିଲାନ୍ସ ଡିଜି

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ଷଡଙ୍ଗୀ ଗୃହନିର୍ମାଣ ବିଭାଗରେ ସିଏମ୍ଡି ରହିଥିଲେ । ସ୍ୱର୍ଗତ ଭି୍ଜିଲାନ୍ସ ଡିଜି ଦେବାଶିଷଙ୍କ ସ୍ଥାନରେ ବରିଷ୍ଠ ଆଇପିଏ୍ ଅଫିସର ଯଶୋବନ୍ତ ଜେଠୱାଙ୍କୁ ନିଯୁକ୍ତ କରାଯାଇଛି । ଜେଠୱା ଏହା ପୂର୍ବରୁ ଓଡିଶା ପୋଲିସ୍ର ଆଇନ ଶୃଙ୍ଖଳା ବିଭାଗର ଆଡିସନାଲ ଡିଜି ରହିଥିଲେ । ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ସହକାରୀ ଡିଜି ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ ତାଙ୍କୁ ଗୃହ ନିର୍ମାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ...

Prime Odisha June 24, 2021, 7:01 am     303 Views

ସାପ କାମୁଡ଼ାରେ ଅମିତ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍କର ଆଜି ସର୍ପାଘାତରେ ମୃତ୍ୟୁ ହୋଇ ଯାଇଛି। କୋଭିଡ଼ କଟକଣା ଯୋଗୁଁ ଛାତ୍ରୀ ନିବାସ ଛାଡି ନିଜ ଘର ପିପିଲି ବ୍ଲକର ଥନଥନା ଗ୍ରାମକୁ ଫେରି ଆସିଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା ଏବଂ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ଅମିତ କଲେଜରେ ଶୋକର ଛାୟା ଖେଳି ଯାଇଛି। ଅପରାହ୍ନରେ ଗୁଗଲ ମିଟରେ ଏକ ଶୋକସଭା ଆୟୋଜନ କରା ଯାଇଥିଲା। ଏଥିରେ ଚେୟାରମ୍ୟାନ ଅଧୀପ ନାରାୟଣ ମହାନ୍ତି, ନିର୍ଦ...

Prime Odisha June 24, 2021, 6:18 am     442 Views

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର : ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି । ରେଜଲ୍ଟ ସଂଧ୍ୟା ୬ଟା ପରେ ଓ୍ବେବସାଇଟରେ ଉବଲବ୍ଧ ହେବ ।...

Prime Odisha June 24, 2021, 11:12 am     154 Views

ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୨୪।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୦୫୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୮ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୫୫୨ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୦୫୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୩୦୧୨ଜଣ ସୁସ୍ଥ ହୋଇ ଘରକ...

Prime Odisha June 24, 2021, 8:31 am     996 Views

ଛାତ୍ରଛାତ୍ରୀ ପଢିବେ କେମିତି?

କଟକ : ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ୟୁଟ୍ୟୁବ୍‌ରେ ‘ଉତ୍କର୍ଷ ପଢ଼ା’ ଚାଲିଛି। ଚଳିତ ମାସ ୨୧ତାରିଖରୁ ପାଠପଢ଼ା ଆରମ୍ଭ ହେଲାଣି। ତିନି ଦିନ ପଢ଼ା ସରିଥିଲେ ମଧ୍ୟ ରାଜ୍ୟର ସବୁ ପିଲାଙ୍କୁ ‘ଉତ୍କର୍ଷ ’ବହି ମିଳିନାହିଁ। ଜୁନ୍‌ ୨୧ପୂର୍ବରୁ ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯାଇଥିବା ବେଳେ ଅନୁଦାନପ୍ରାପ୍ତ ଓ ଅପ୍‌ଗ୍ରେଡେଡ୍‌ ହାଇସ୍କୁଲରେ ପଢ଼ୁଥିବା ନବମ ପିଲାଙ୍କୁ ଏହି ବହି ଦିଆଯାଇନାହିଁ। ଆଗକୁ ଏହା ମିଳିବାର ବ୍ୟବସ୍ଥା ବି ନାହିଁ। ଏପରି ସ୍ଥଳରେ ବିନା ବହିରେ ଓଡ଼ିଆ ମାଧ୍ୟମ ନବମ ଛାତ୍ରଛାତ୍ରୀ କିପରି ବଢ଼ିବେ ବୋଲି ପ୍ରଶ୍ନ ଉଠିଛି। ଦ୍ବିତୀୟ ବର୍ଗ ହାଇସ୍କୁଲ ପିଲାଙ୍କ ପ୍ରତି ଏପରି ଆଭିମୁଖ୍ୟକ...

Prime Odisha June 24, 2021, 8:20 am     297 Views

୨୮ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି । କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଓ ଏମ୍ସରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମିବା ପରେ ଏହି ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ଓପିଡିରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ହୋଇ ପାରିବ । ଏମ୍ସରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେବା ପରେ ଏପ୍ରିଲ ୨୬ ତାରିଖରୁ ଓପିଡିରେ ରୋଗୀ ଚିକିତ୍ସା ବନ୍ଦ କରାଯାଇଥିଲା । ଓପିଡି ଖୋଲିବା ପରେ ବି ଏମ୍ସରେ ଟେଲି ମେଡିସିନ ସେବା ପୂର୍ବଭଳି ଜାରି ରହିବ । ଏଣିକି କେବଳ ହ୍ୱାଟ୍ସଆପ୍ ମାଧ୍ୟମରେ ରୋଗୀ କିମ୍ବା ସମ୍ପର୍କୀୟଙ୍କୁ ପରାମର୍ଶ ଦେବେ ଡାକ୍ତର ।...

Prime Odisha June 24, 2021, 8:14 am     712 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us