BREAKING

ଇନ୍‌ଫୋସିସ୍‌ ବିବାଦ: ଅଭିଯୋଗ ଯାଞ୍ଚ କରୁଛି ସେବି

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି କଂପାନି ଇନ୍‌ଫୋସିସ୍‌ର ଜଣେ ହ୍ଵିସିଲ୍‌ବ୍ଲୋୟର ନିକଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ଇନ୍‌ଫୋସିସ୍‌ରେ ଚାଲିଥିବା ଅନିୟମିତତା ବିଷୟରେ ଜଣାଇଛନ୍ତି। ଏହି ଚିଠିରେ ଇନ୍‌ଫୋସିସ୍‌ର ନିର୍ଦେଶକ ବୋର୍ଡ ଓ ସିଇଓ ବିଶାଲ ସିକ୍କାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରାଯାଇଛି। ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରୁଛି ସେବି। ଯଦି କିଛି ପ୍ରମାଣ ମିଳିବ ତେବେ ଇନ୍‌ଫୋସିସ୍‌ ବିରୋଧରେ ସେବି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ। ହ୍ଵିସିଲ୍‌୍‌ବ୍ଲୋୟର ଜଣକ ଏହି ଚିଠିିରେ ଲେଖିଛନ୍ତି ଯେ କଂପାନିର ପୂର୍ବତନ ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ରାଜୀବ ବଂଶଲ କଂପାନି ପରିଚାଳନା ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ ଥିଲେ। କଂପାନିର ଅନେକ ବ୍ୟବସାୟ ନିଷ୍ପତ୍ତି ସହିତ ସେ ଜଡ଼ିତ ଥିଲେ। ସେଭଳି ଜଣେ ବ୍ୟକ୍ତିଙ୍କୁ ଚାକିରି ଛାଡ଼ିବା ବେଳେ ମୋଟା ଅଙ୍କର କ୍ଷତିପୂରଣ ଦେବା ନିଷ୍ପତ୍ତି ନେବା ପୂର୍ବରୁ ଇନ୍‌ଫୋସିସ୍‌ର ସିଇଓ ସିକ୍କା କାହାର ଅନୁମତି ନେଇନଥିଲେ। ସେ କଂପାନି ବୋର୍ଡ, ଅଡିଟ କମିଟି, କ୍ଷତିପୂରଣ କମିଟି କିମ୍ବା ଅଂଶଧନକାରୀଙ୍କ ଅନୁମତି ନେବାକୁ ଉଚିତ ମଣିନଥିଲେ। ବଂଶଲଙ୍କୁ ନିଯୁକ୍ତି ଚୁକ୍ତି ଅନୁସାରେ ତାଙ୍କୁ ୩ ମାସର ଦରମା କ୍ଷତିପୂରଣ ବାବଦରେ ଦେବାର ଥିଲା। ମାତ୍ର ତାଙ୍କୁ ୩୦ ମାସର ଦରମା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ସିକ୍କା ଅନୁମତି ଦେଇଥିଲେ। ୨୦୧୫ ଅକ୍ଟୋବରରେ ବଂଶଲ ଇନ୍‌ଫୋସିସ୍‌ ଛାଡ଼ିଥିଲେ। ସେହି ସମୟରେ ତାଙ୍କୁ ୧୭ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏ ବିଷୟରେ କଂପାନି ୨୦୧୬ ମେରେ ସୂଚନା ପ୍ରଦାନ କରିଥିଲା। ଏହା ଜାଣିବା ପରେ କଂପାନିର ଅଂଶଧନକାରୀମାନେ ବଂଶଲଙ୍କ କ୍ଷତିପୂରଣ ପ୍ୟାକେଜ୍‌କୁ ତୀବ୍ର ବିରୋଧ କରିଥିଲେ। ଶେଷରେ ବଂଶଲଙ୍କୁ ୫ କୋଟି ଟଙ୍କାରୁ କିଛି ଅଧିକ ଅର୍ଥରାଶି କ୍ଷତିପୂରଣ ଭାବେ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ କଥା ହେଉଛି ଇନ୍‌ଫୋସିସ୍‌ ପକ୍ଷରୁ ସିକ୍କାଙ୍କ ନେତୃତ୍ୱରେ ପ୍ରଥମ କଂପାନି ଭାବେ ଇସ୍ରାଏଲ୍‌ର ପନାୟାକୁ ଅଧିଗ୍ରହଣ କରାଯାଇଥିଲା। ଅଭିଯୋଗ ହେଉଛି ଯେ ବଂଶଲ ଏହି ବୁଝାମଣା ସପକ୍ଷରେ ନ ଥିଲେ। ପନାୟା ବନ୍ଦ ହେବାକୁ ଯାଉଥିଲା। ଏହାକୁ ଅଧିଗ୍ରହଣ କରିବା ପୂର୍ବରୁ ଅନେକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଯଦିଓ ଏହି ଅଭିଯୋଗକୁ କଂପାନି ବୋର୍ଡ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଇନ୍‌ଫୋସିସ୍‌ରେ ପ୍ରତିଷ୍ଠାତା ଓ କଂପାନି ବୋର୍ଡ ମଧ୍ୟରେ ବିଭିନ୍ନ କାରଣକୁ ନେଇ କିଛି ଦିନ ହେଲା ଗଣମାଧ୍ୟମରେ ଲଢ଼େଇ ଜାରି ରହିଥିଲା। ବୋର୍ଡ ସବୁ ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉଭୟ ପକ୍ଷ ଚୁପ୍‌ ରହିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us