ସୋନମ ଘରାନା ଓ୍ଵଲଫେୟାର ଟ୍ରଷ୍ଟ ପକ୍ଷରୁ ଆଜି କିନ୍ନରମାନଙ୍କ ଗୁରୁ ସୋନମ କିନ୍ନରଙ୍କ ୩୭ତମ ଜନ୍ମ ଦିବସ ଦୃଷ୍ଟିହୀନ ସଂଘ ପରିସରରେ ପାଳିତ ହୋଇଥିଲା। ଏହି ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ନିତିନ ଚନ୍ଦ୍ର ଓ ତାଙ୍କ ପତ୍ନୀ, ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ପ୍ରମୁଖ ଯୋଗ ଦେଇ କେକ୍ କାଟିଥିଲେ।। ପରେ ଅଭିନେତ୍ରୀ ଲେସ୍ଲି ଓ ବିଦୁସ୍ମିତା ମଧ୍ୟ ପହଞ୍ଚି ସୋନମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ସୋନମ କିନ୍ନରଙ୍କ ଶିଷ୍ୟମାନେ କିନ୍ନର ପରମ୍ପରା ଅନୁଯାୟୀ ସକାଳୁ ତାଙ୍କୁ ହଳଦୀ ପାଣିରେ ଗାଧୋଇଦେବା ସହ ନୂଆ ଲୁଗା, ଶଙ୍ଖା, ସିନ୍ଦୂରରେ ସଜାଇ ଗୁରୁ ବନ୍ଦନା କରିଥିଲେ। ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ପକ୍ଷରୁ ଏହି ଉତ୍ସବର ଆୟୋଜନ କରା ଯାଇଥିଲା। ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ବଜ୍ରକୀଳାର ସମ୍ପାଦକ ବରଦା ପ୍ରସନ୍ନ ଶତପଥୀ, ନମିତା ପରିଡ଼ା, ମେଘନା ସାହୁ, କାଜଲ କିନ୍ନର, ମିଠି କିନ୍ନର, ଅନୁଷ୍କା କିନ୍ନର, ସୀମା, ଲିପ୍ସା, ପାର୍ଥ ସାରଥୀ ଜେନା, ରବି ଭୋଇ ଓ ରାଜ କିଶୋର ପ୍ରମୁଖ ଉପସ୍ଥିତ ଥିଲେ। ସୋନମ ଘରାନା ଓ୍ଵଲଫେୟାର ଟ୍ରଷ୍ଟ ପକ୍ଷରୁ ଆଜି କିନ୍ନରମାନଙ୍କ ଗୁରୁ ସୋନମ କିନ୍ନରଙ୍କ ୩୭ତମ ଜନ୍ମ ଦିବସ ଦୃଷ୍ଟିହୀନ ସଂଘ ପରିସରରେ ପାଳିତ ହୋଇଥିଲା। ଏହି ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ନିତିନ ଚନ୍ଦ୍ର ଓ ତାଙ୍କ ପତ୍ନୀ, ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ପ୍ରମୁଖ ଯୋଗ ଦେଇ କେକ୍ କାଟିଥିଲେ।। ପରେ ଅଭିନେତ୍ରୀ ଲେସ୍ଲି ଓ ବିଦୁସ୍ମିତା ମଧ୍ୟ ପହଞ୍ଚି ସୋନମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ସୋନମ କିନ୍ନରଙ୍କ ଶିଷ୍ୟମାନେ କିନ୍ନର ପରମ୍ପରା ଅନୁଯାୟୀ ସକାଳୁ ତାଙ୍କୁ ହଳଦୀ ପାଣିରେ ଗାଧୋଇଦେବା ସହ ନୂଆ ଲୁଗା, ଶଙ୍ଖା, ସିନ୍ଦୂରରେ ସଜାଇ ଗୁରୁ ବନ୍ଦନା କରିଥିଲେ। ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ପକ୍ଷରୁ ଏହି ଉତ୍ସବର ଆୟୋଜନ କରା ଯାଇଥିଲା। ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ବଜ୍ରକୀଳାର ସମ୍ପାଦକ ବରଦା ପ୍ରସନ୍ନ ଶତପଥୀ, ନମିତା ପରିଡ଼ା, ମେଘନା ସାହୁ, କାଜଲ କିନ୍ନର, ମିଠି କିନ୍ନର, ଅନୁଷ୍କା କିନ୍ନର, ସୀମା, ଲିପ୍ସା, ପାର୍ଥ ସାରଥୀ ଜେନା, ରବି ଭୋଇ ଓ ରାଜ କିଶୋର ପ୍ରମୁଖ ଉପସ୍ଥିତ ଥିଲେ।